ଅକ୍ଷର ବ୍ୟୁରୋ:ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଲେମନ୍ ଗ୍ରିନ୍ ରେଷ୍ଟୁରାଣ୍ଟରେ ଆଜି ସକାଳେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ,ରେଷ୍ଟୁରାଣ୍ଟର ବେସମେଣ୍ଟରୁ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ପରେ ଜୀବନ ବଞ୍ଚାଇବାକୁ ଅନେକ ଲୋକ କୋଠାରୁ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିବା ଜଣାପଡିଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଦିଲ୍ଲୀ ଅଗ୍ନିଶମ ସେବା ସକାଳ ପ୍ରାୟ ୯ଟା ୪୫ ମିନିଟ ସମୟରେ ଘଟଣା ବିଷୟରେ ଖବର ପାଇଥିଲେ | ଖବର ମିଳିବା ମାତ୍ରେ ଘଟଣାସ୍ଥଳକୁ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ଅଗ୍ନିକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ଗାଡି ନିୟୋଜିତ କରାଯାଇଛି। କୋଠାରେ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଅଧିକାରୀମାନେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।













Leave a Reply