ଅକ୍ଷର ବ୍ୟୁରୋ: କେସିଙ୍ଗା ଖଜୁରୀପଡ଼ା ଗାଁ ନିକଟରେ ଅଜଣା ଟ୍ରକର ଧକ୍କାରେ ଦୁଇ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଉଭୟ ଡ୍ରାଇଭର ମଣ୍ଡିରୁ ଧାନ ଆଣି ମିଲକୁ ଆସୁଥିଲା ବେଳେ ସେହି ସମୟରେ ରାସ୍ତାରେ ପଛପଟୁ ଆସୁଥିବା ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇ ଟ୍ରକ ଡ୍ରାଇଭର ଟ୍ରକ ତଳେ ଚାପିଯାଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣା ପରେ ଅଜଣା ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଛି | ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫେରାର ଟ୍ରକକୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଜାରି ରଖିଛି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଟ୍ରକ ଧକ୍କାରେ ୨ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ












Leave a Reply