ଏବେ ତ୍ରିଶୁଳିଆ ନୁହେଁ ଭୁବନେଶ୍ୱର ରୁ କଟକ ଯାଏଁ ଗଡ଼ିବ ମେଟ୍ରୋ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ପୂର୍ବରୁ ଯେଉଁ ସରକାର ଥିଲେ ସେ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବାର ପରିକଳ୍ପନା କରିଥିଲେ । ହେଲେ ବର୍ତମାନ ସରକାରରେ କଟକ ଲୋକ ମଧ୍ୟ ତାର ଫାଇଦା ନେଇପାରିବେ । ଏନେଇ ଉଚ୍ଚସ୍ତରୀୟ ଏକ କମିଟି ଗଠନ କରାଯାଇଛି ଯେଉଁଥିରେ ଟେକ୍ନିକାଲ ଲୋକଙ୍କୁ ନେଇ ଏହି କମିଟି ସର୍ଭେ କରିଛି । ବହୁତ ଜଲ୍ଦି ଏହାର କାର୍ଯ୍ୟକାରୀ କରାଯିବ ଏବଂ କେଉଁଠାରୁ କେଉଁଠାକୁ ଗଲେ ଏହି ପ୍ରକଳ୍ପ ସକ୍ଷମ ହେବ ସେନେଇ ତର୍ଜମା କରୁଛି କମିଟି ।
ମେଟ୍ରୋ ପ୍ରକଳ୍ପ ପାଇଁ ୬୨୫୫ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ଏହି ପ୍ରକଳ୍ପ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଉଠେଇବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଏହି ମେଟ୍ରୋ ଚଳାଚଳ କରିବ । ଏହା ମଧ୍ୟରେ ୨୦ଟି ଜାଗାରେ ମେଟ୍ରୋ ଷ୍ଟେସନ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର କାର୍ଯ୍ୟକାରୀ ଭାର ଗ୍ରହଣ କରୁଥିବା ନେଇ ସୂଚନା ମିଳିଛି । ଏହା ସହ ରାସ୍ତାକୁ ଚଉଡା କରାଯିବାର ବ୍ୟବସ୍ତା ମଧ୍ୟ କରାଯାଉଛି ।














Leave a Reply