ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ବାପା-ଝିଅଙ୍କ ଜୀବନ

ଅକ୍ଷର ବ୍ୟୁରୋ: ସମ୍ବଲପୁର ଧନୁପାଲି ଥାନା ଶଙ୍କର ମଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଟୋକୁ ଧକ୍କା ଦେଲା କାର । ଚାଲିଗଲା ବାପ-ଝିଅଙ୍କ ଜୀବନ ।ଅଟୋରେ ବାପ-ଝିଅ ଘରକୁ ଫେରୁଥିବାବେଳେ ଏକ କାର ଧକ୍କା ଦେଇଥିଲା । ପରେ କାରଟି ଏକ ପୋଖରୀକୁ ଖସି ପଡିଥିଲା । ଅଟୋରେ ଥିବା ବାପା ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଝିଅ ଅଟୋରେ ଚାପି ହୋଇଯାଇଥିଲେ । ଉଭୟଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ସମ୍ବଲପୁର ଧନୁପାଲିର ସୁରେନ୍ଦ୍ର ବେହେରା (୩୫) ଓ ତାଙ୍କ ଝିଅ ଶୁଭଶ୍ରୀ ବେହେରା(୫) । ସୁରେନ୍ଦ୍ର ନିଜ ଅଟୋରେ ଝିଅକୁ ନେଇ ଘରକୁ ଫେରଥିଲା ବେଳେ ସେହି ସମୟରେ ଶଙ୍କର ମଠ ନିକଟରେ ପଛ ପଟୁ ଏକ କାର ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଅଟୋଟି ଚୁରମାର ହେବା ସହ ବାପ ଝିଅଙ୍କ ମୃତ୍ୟୁ ହୋଇଛି । କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)