କେଦାରନାଥ ଯାତ୍ରା ସମୟରେ ଅଘଟଣ, ଗଭୀର ଖାଇରେ ଖସି ଜଣେ ମୃତ ଓ ଅନ୍ୟ ଜଣ ଗୁରୁତର

ଅକ୍ଷର ବ୍ୟୁରୋ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଟ୍ରେକିଂ ମାର୍ଗରେ ଦୁଇଜଣ ଯୁବକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଏକ ସର୍ଟକଟ୍ ରାସ୍ତାରେ ତଳକୁ ଓହ୍ଲାଇବା ସମୟରେ ସେମାନଙ୍କର ପାଦ ଖସିଯାଇଥିଲା ଏବଂ ଉଭୟେ ଗଭୀର ଖାଇରେ ପଡ଼ିଯାଇଥିଲେ । SDRFର ବଡ଼ ଲିଞ୍ଚୋଲି ଟିମ୍ ସହିତ ୱାଇଏମଏଫ୍ (YMF) କର୍ମଚାରୀ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇଜଣ ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛୋଟି ଲିଞ୍ଚୋଲିସ୍ଥିତ ମେଡିକାଲ୍ ରିଲିଫ୍ ପଏଣ୍ଟ (MRP)କୁ ସ୍ଥାନାନ୍ତର କରିଥିଲେ । ଏବଂ ମୃତକଙ୍କୁ ଉଦ୍ଧାର କରି ଭୀମବଳୀସ୍ଥିତ ଚିକିତ୍ସା ରିଲିଫ୍ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତରମାନେ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତାହତ ଦୁଇ ଜଣ ହେଉଛନ୍ତି ମୋହିତ(୨୭) ଏବଂ ପ୍ରିୟାଂଶୁ ଶୁକ୍ଲା | ଆହତ ଜଣଙ୍କ ହେଉଛନ୍ତି ଉତ୍ତର-ପୂର୍ବ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳର ବାସିନ୍ଦା | ଏବଂ ମୃତକ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଫର୍ରୁଖାବାଦ ଜିଲ୍ଲାର ବାସିନ୍ଦା | ରିପୋର୍ଟ ଅନୁଯାୟୀ, ମୃତକଙ୍କ ମୃତଦେହକୁ ଗୌରୀକୁଣ୍ଡକୁ ନିଆଯାଉଛି । ପରବର୍ତ୍ତୀ ସମୟରେ ବ୍ୟବଚ୍ଛେଦ ଏବଂ ଆଇନଗତ ଔପଚାରିକତା ସମ୍ପନ୍ନ କରିବା ପାଇଁ ଏହାକୁ ରୁଦ୍ରପ୍ରୟାଗ ଜିଲ୍ଲା ହସ୍ପିଟାଲକୁ ପଠାଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)