ସୁନୀତାଙ୍କ ପୃଥିବୀପୃଷ୍ଠର ଆଗମନରେ ଶୁଭେଚ୍ଛା ଜଣାଇଲେ ଯୋଗାଣମନ୍ତ୍ରୀ: କୃଷ୍ଣ ଚନ୍ଦ୍ର ପାତ୍ର

ଆଜି ବିଜ୍ଞାନ କ୍ଷେତ୍ରରେ ବଡ ସଫଳତା ହାସଲ କରିଛି ବିଶ୍ୱ | ଅସମ୍ଭବକୁ ସମ୍ଭବ କରିଛନ୍ତି ନାସାର ଏହି ଦୁଇ ବୈଜ୍ଞାନିକ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର | ଦୀର୍ଘ 9 ମାସର ଲମ୍ବା ସମୟ ମହାକାଶରେ କାଟିବା ପରେ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ଏହି ଦୁଇ ମହାକାଶଚାରୀ। ତାଙ୍କ ସହ ଆଉ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନାନା ମହାକାଶଚାରୀ ନିକ୍ ହେଗ୍ ମଧ୍ୟ ଫେରିଛନ୍ତି | ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡିଙ୍ଗ କରିଛି ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ । ପରେ ୪ ମହାକାଶଚାରୀ ବାହାରକୁ ଆସିଥିଲେ ଯାହାର ଭିଡିଓ ଏବେ ସାରା ବିଶ୍ୱରେ ଭାଇରାଲ ହେଉଛି। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା। ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା। ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା। ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା। ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା। ସ୍ପେସଏକ୍ସ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା। ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି। ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସିର ଲହରୀ ଖେଳଯାଇଛି ।

ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଗତ ବର୍ଷ ଜୁନ୍ ମାସରେ ଏକ ନିର୍ଦ୍ଧାରିତ ଆଠ ଦିନିଆ ମିଶନ ପାଇଁ ISS ଯାତ୍ରା କରିଥିଲେ। ବୋଇଂ ଷ୍ଟାରଲାଇନର୍ କ୍ୟାପସୁଲ୍ ଏହାର ପ୍ରପଲ୍ସନ ସିଷ୍ଟମରେ ସମସ୍ୟା ସୃଷ୍ଟି କରିବାରୁ ସେମାନଙ୍କୁ ରହିବାକୁ ବାଧ୍ୟ କରାଯାଇଥିଲା। ଏହି ଦୁହେଁ ପ୍ରଥମ କୃ ଥିଲେ ଯିଏ ଏକ ପରୀକ୍ଷାମୂଳକ ଉଡ଼ାଣରେ ବୋଇଂର ଷ୍ଟାରଲାଇନର ଉଡ଼ାଣ କରିଥିଲେ। ତ୍ରୁଟିପୂର୍ଣ୍ଣ କ୍ୟାପସୁଲ୍ ଗତ ସେପ୍ଟେମ୍ବରରେ ପୃଥିବୀକୁ ଫେରି ଆସିଥିଲା। ଯାହାଫଳରେ ସେମାନଙ୍କୁ ସେଠି ରହିବାକୁ ପଡିଥିଲା।

ତେବେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପୃଥିବୀପୃଷ୍ଠକୁ ଫେରିବା ଖୁସିରେ ଦେଶବିଦେଶରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ବହୁ ବିଶିଷ୍ଟ ନେତା ମନ୍ତ୍ରୀ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛାର ଅଭିଵାଦନ ଜଣାଇଛନ୍ତି। ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କୁ ଅଭିବାଦନ ଜଣାଇଛନ୍ତି। ତାଙ୍କ ସହ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ,ଵିଜ୍ଞାନମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୀର୍ଘ ନଅ ମାସର ସଫଳତା ସହ ପୃଥିବୀ ପୃଷ୍ଠରେ ସୁରକ୍ଷିତ ଭାବରେ ଅବତାରଣ କରିଥିବାରୁ ଏବଂ ତାଙ୍କ ସାହସ ଓ ତ୍ୟାଗର ଜ୍ୱଳନ୍ତ ଉଦାହରଣ ଦେଇ ତାଙ୍କୁ ବ୍ରହ୍ମାଣ୍ଡ ବିଜୟୀ ର ଆଖ୍ୟା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)