ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗ କୋଲକାତାର ତାରାତଲା ଅଞ୍ଚଳରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡ଼ି ପଡ଼ିବାରୁ ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ସ୍ଥିର ହୋଇଥିବାବେଳେ ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ନିର୍ମାଣ କାମ ଚାଲୁଥିବା ସମୟରେ ପ୍ରଥମ ମହଲାର ଛାତ ହଠାତ୍ ଧସି ପଡ଼ିଥିଲା। ଏହି ସମୟରେ ପ୍ରାୟ ୪୦ରୁ ଅଧିକ ଶ୍ରମିକ ଭିତରେ କାମ କରୁଥିଲେ ବୋଲି ଖବର ମିଳିଛି। ଘଟଣା ପରେ ସେନା, ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ଯୁଦ୍ଧସ୍ତରୀୟ ରେସକ୍ୟୁ ଅଭିଯାନ ଚଳାଇଛନ୍ତି। ଭଗ୍ନାବଶେଷ ତଳେ ଆହୁରି ଲୋକ ଫସିଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି। ଏହା ସହିତ ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକ ଓ ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
କୋଲକାତା ତାରାତଲାରେ ଗୋଦାମ ଛାତ ଭୁଶୁଡ଼ିବା ଦୁର୍ଘଟଣା:୯ ମୃତ, ୪୦ରୁ ଅଧିକ ଫସିଥିବା ଆଶଙ୍କା; ଉଦ୍ଧାର ଜାରି













Leave a Reply