ବହୁ ଚର୍ଚିତ ଭୁବନେଶ୍ଵର ଭୀମଟାଙ୍ଗୀରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ପାଇଲା ଅଭିଯୁକ୍ତକୁ । ୨୦୨୧ ମସିହା ଜୁଲାଇ ମାସରେ ଭୁବନେଶ୍ଵରର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିରେ ପ୍ରେମିକ ଜଗନ୍ନାଥ ପ୍ରଧାନ ପ୍ରିୟଙ୍କାଙ୍କୁ କରିଥିଲା ବୀଭତ୍ସ ହତ୍ୟା ।

ଭୁବନେଶ୍ଵର: ଭୁବନେଶ୍ଵର ଭୀମଟାଙ୍ଗୀରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ପ୍ରେମିକକୁ ଆଜୀବନ କାରାଦଣ୍ଡ । ୨୦୨୧ ମସିହା ଜୁଲାଇ ମାସରେ ଭୁବନେଶ୍ଵରର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିରେ ପ୍ରେମିକ ଜଗନ୍ନାଥ ପ୍ରଧାନ ପ୍ରିୟଙ୍କାଙ୍କୁ କରିଥିଲା ବୀଭତ୍ସ ହତ୍ୟା । ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏକତରଫା ପ୍ରେମକୁ ନେଇ ପୂର୍ବ ଯୋଜନାବଦ୍ଧ ଭାବ ଘଟିଥିଲା ହତ୍ୟାକାଣ୍ଡ । ଏ ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ପୂର୍ବରୁ ବିବାହିତ ଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ । ନିଜ ସ୍ୱାମୀ ଏବଂ ୩ ବର୍ଷର ପୁଅ ସହ ଭୀମଟାଙ୍ଗୀରେ ରହୁଥିଲେ ପ୍ରିୟଙ୍କା । ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକ ଯାହାଙ୍କ ଘର ଯାଜପୁର ଅଞ୍ଚଳରେ ସେ ପ୍ରିୟଙ୍କାଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ତାଙ୍କୁ ଏକତରଫା ଭଲ ପାଉଥିଲେ ।
ଅଭିଯୁକ୍ତ ଜଗନ୍ନାଥ ହତ୍ୟାକାଣ୍ଡର ପ୍ରାୟ ୪ଦିନ ପୂର୍ବରୁ ହିଁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ୍ । ଘଟଣା ଦିନ ସକାଳ ପ୍ରାୟ ୯ଟା ସମୟରେ, ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ଯାଇଥିବା ସୁଯୋଗ ଦେଖି ଛୁରୀ ଏବଂ ବିଷ ଧରି ପ୍ରିୟଙ୍କାଙ୍କ ଘରେ ପଶିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ପ୍ରିୟଙ୍କାଙ୍କୁ ନିଜ ସହ ଫେରାର ହୋଇଯିବାକୁ ଏବଂ ବିବାହ କରିବାକୁ ବାଧ୍ୟ କରିଥିଲା, କିନ୍ତୁ ପ୍ରିୟଙ୍କା ସଫା ସଫା ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଓ ଧସ୍ତାଧସ୍ତି ହୋଇଥିଲା । ରାଗ ଜର୍ଜରିତ ହୋଇ ଜଗନ୍ନାଥ ଛୁରୀରେ ପ୍ରିୟଙ୍କାଙ୍କ ବେକ କାଟି ନିର୍ମମ ଭାବେ ହତ୍ୟା କରିଥିଲା । ସେହି ସମୟରେ ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ ଘର ଭିତରେ ଶୋଇଥିବାରୁ ବଞ୍ଚି ଯାଇଥିଲା ।















Leave a Reply