ଜମି ପାଇଁ ରକ୍ତର ସମ୍ପର୍କରେ ଫାଟ! ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ ଗୁରୁତର

ପୁରୀ: ଜମିବାଡ଼ି ବିବାଦକୁ ନେଇ ଉଗ୍ର ହେଲା ପାରିବାରିକ ବିବାଦ। ଜମି ବିବାଦ ଏତେ ତୀବ୍ର ହେଲା ଯେ, ସମ୍ପର୍କ ଭୁଲି ଭାଇ ଭାଇ ମଧ୍ୟରେ ଆକ୍ରମଣ ହୋଇଥିବା ଅଭିଯୋଗ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବଡ଼ଦଣ୍ଡା ଗାଁରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାରେ ଦୁଇ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବଡ଼ଦଣ୍ଡା ଗାଁରେ ଜମିବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ କୌଣସି କାରଣରୁ ବିବାଦ ଉଗ୍ରରୂପ ନେବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦୁଇ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଭିଯୋଗ ପରେ କୃଷ୍ଣପ୍ରସାଦ ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜମି ବିବାଦର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଆକ୍ରମଣ ଘଟିଲା, ସେନେଇ ପୁଲିସ ଛାନଭିନ୍ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial