ଗଞ୍ଜାମ: ଚୋର ସନ୍ଦେହରେ ଜଣେ ଅଜଣା ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଦୋକାନ ଭିତରେ ପଶିଥିବା ବେଳେ ଯୁବକଙ୍କୁ ଧରି ଅଟକ ରଖିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁରେ ଏଭଳି ଘଟଣା ଘଟିଛି।
ସୂଚନା ଅନୁସାରେ, ଜଣେ ଯୁବକ ଏକ ଦୋକାନ ଭିତରେ ପଶିଥିବା ବେଳେ ତାଙ୍କୁ ଗ୍ରାମବାସୀ ଧରିଥିଲେ। ଯୁବକ ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଦୋକାନ ଭିତରକୁ ପଶିଥିବା ନେଇ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ପରେ ତାଙ୍କୁ ଅଟକ ରଖାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଯୁବକଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଅଟକ ଯୁବକଙ୍କ ପରିଚୟ ଏଯାଏ ଜଣାପଡ଼ିନାହିଁ। ସେ ପ୍ରକୃତରେ ଚୋରି କରିବାକୁ ଦୋକାନ ଭିତରେ ପଶିଥିଲେ ନା ଅନ୍ୟ କୌଣସି କାରଣ ଥିଲା, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ପୁଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।















Leave a Reply