ଅକ୍ଷର ବ୍ୟୁରୋ: ନେପାଳରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ନିଖୋଜ ହୋଇଛନ୍ତି ଓଡ଼ିଆ ଦମ୍ପତି। ବୁଲିବା ପାଇଁ ଅଷ୍ଟ୍ରେଲିଆରୁ କାଠମାଣ୍ଡୁ ଆସିଥିବା ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁଙ୍କ ସହ ବନ୍ୟା ପରେ ଯୋଗାଯୋଗ ହୋଇପାରୁନଥିବା ସୂଚନା ମିଳିଛି। ଦମ୍ପତିଙ୍କ କୌଣସି ପତ୍ତା ନମିଳିବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି।
ନେପାଳରେ ଲଗାଣ ବର୍ଷା ପରେ ବିଭିନ୍ନ ଅଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଘଟିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ ନେପାଳ ବୁଲିବାକୁ ଯାଇଥିବା ଓଡ଼ିଆ ଦମ୍ପତିଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ଘଟଣାକୁ ନେଇ ପରିବାର ଲୋକେ ଆଶଙ୍କାରେ ଅଛନ୍ତି। ନୋଡାଲ ଅଫିସର ପ୍ରିତୀଶ ପଣ୍ଡାଙ୍କ ସୂଚନା ଅନୁସାରେ, ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ନେପାଳ ଭ୍ରମଣରେ ଆସିଥିଲେ। କିନ୍ତୁ ପ୍ରଳୟଙ୍କାରୀ ବନ୍ୟା ପରେ ଉଭୟଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ଦମ୍ପତିଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ଯାତାୟାତ ଓ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବାରୁ ଦମ୍ପତିଙ୍କ ସନ୍ଧାନ ଚ୍ୟାଲେଞ୍ଜିଂ ହୋଇଛି। ଏପଟେ ନିଜ ଲୋକଙ୍କ ସୁରକ୍ଷିତ ଫେରିବା ବାଟକୁ ଅନାଇ ରହିଛନ୍ତି ପରିବାର। ସନ୍ଦୀପ ଓ ସିଦ୍ଧାର୍ଥୀଙ୍କ ସନ୍ଧାନ ନେଇ ଏବେ ଉଦ୍ୟମ ଜାରି ରହିଛି।















Leave a Reply