ରାତି ଅଧରେ ରାଜଧାନୀରେ BMW ଦୁର୍ଘଟଣା, ଡିଭାଇଡର ଉପରେ ଚଢ଼ିଗଲା ବିଳାସପୂର୍ଣ୍ଣ କାର୍

ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ BMW ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ବିଳାସପୂର୍ଣ୍ଣ BMW କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ତା’ ଉପରେ ଅଟକି ରହିଥିଲା। ଭୁବନେଶ୍ୱର ମୈତ୍ରୀବିହାର ନାଲକୋ ଛକରେ ଘଟିଛି ଏହି ଦୁର୍ଘଟଣା। କାର୍‌ରେ ଥିବା ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ BMW କାର୍‌ଟି ଦ୍ରୁତଗତିରେ ଟ୍ରାଫିକ୍ ପାର୍ ହେଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇଥିଲା। ଫଳରେ କାର୍‌ଟି ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେଇ ତା’ ଉପରେ ଚଢ଼ି ଅଟକି ଯାଇଥିଲା। ଦୁର୍ଘଟଣାରେ କାର୍‌ରେ ଥିବା ଯାତ୍ରୀ ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଡିଭାଇଡର ଉପରେ ଅଟକି ରହିଥିବା ଦୁର୍ଘଟଣାଗ୍ରସ୍ତ BMW କାର୍‌କୁ କ୍ରେନ୍ ସାହାଯ୍ୟରେ ହଟାଇ ରାସ୍ତା ସ୍ୱାଭାବିକ କରାଯାଇଥିଲା। ପ୍ରାଥମିକ ଭାବେ ଦ୍ରୁତଗତି ଯୋଗୁଁ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାରେ ପଡ଼ିଥିବା କୁହାଯାଉଛି। ରାତି ଅଧରେ ରାଜଧାନୀର ଏହି ଦୁର୍ଘଟଣାକୁ ନେଇ ନାଲକୋ ଛକରେ କିଛି ସମୟ ପାଇଁ ଚର୍ଚ୍ଚା ଓ ଭିଡ଼ ଜମିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial