ଚିପିଲିମା ମହାନଦୀରେ ବିରାଟ ଘଡ଼ିଆଳ! ପାୱାର ହାଉସ ନିକଟରେ ୬-୭ ଫୁଟ୍ କୁମ୍ଭୀର, ପର୍ଯ୍ୟଟକଙ୍କୁ ସତର୍କତା

ସମ୍ବଲପୁର: ମହାନଦୀରେ ଦେଖାଗଲା ବିରାଟ ଘଡ଼ିଆଳ। ସମ୍ବଲପୁର ଚିପିଲିମା ପାୱାର ହାଉସ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଏକ ବଡ଼ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୬ରୁ ୭ ଫୁଟ୍ ହେବ ବୋଲି ଆକଳନ କରାଯାଉଛି। ନଦୀରେ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ସତର୍କତା ସୃଷ୍ଟି ହୋଇଛି। କୁମ୍ଭୀରଟି ମହାନଦୀକୁ କେଉଁଠୁ ଆସିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁମ୍ଭୀରର ଚଳପ୍ରଚଳ ଉପରେ ନଜର ରଖିବା ସହ ଏହାର ଉପସ୍ଥିତିକୁ ନେଇ ଆବଶ୍ୟକ ତଦନ୍ତ କରାଯାଉଛି।

ଅନ୍ୟପଟେ, ଚିପିଲିମାର ପ୍ରସିଦ୍ଧ ମାଁ ଘଣ୍ଟେଶ୍ୱରୀ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କୁ ମହାନଦୀ ନିକଟକୁ ଯିବାକୁ ବାରଣ କରାଯାଇଛି। ନଦୀରେ କୁମ୍ଭୀର ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚିପିଲିମା ଭଳି ପର୍ଯ୍ୟଟନସ୍ଥଳୀରେ ମହାନଦୀ କୂଳକୁ ଯାଉଥିବା ଲୋକଙ୍କ ପାଇଁ ଏବେ ସତର୍କତା ଜରୁରୀ ହୋଇପଡ଼ିଛି। କୁମ୍ଭୀରର ଗତିବିଧି ଓ ଏହା କେଉଁଠୁ ଆସିଛି, ସେନେଇ ବନ ବିଭାଗର ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial