ବ୍ରହ୍ମପୁର: ଅମାନିଆ ଗାଡ଼ି ଚାଳକଙ୍କ ଉପରେ ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୪୦ରୁ ଅଧିକ ଗାଡ଼ିର ସାଇଲେନ୍ସର ଜବତ କରି ନଷ୍ଟ କରିଛି ପୋଲିସ। ବ୍ରହ୍ମପୁର ଟ୍ରାଫିକ୍ ଥାନା ପକ୍ଷରୁ ସହରର ବିଭିନ୍ନ ଛକରେ ସ୍ୱତନ୍ତ୍ର ଯାଞ୍ଚ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଜବତ ସାଇଲେନ୍ସରଗୁଡ଼ିକୁ ଡ୍ରୋଜର ଚଢ଼ାଇ ନଷ୍ଟ କରାଯାଇଛି।
ସୂଚନା ଅନୁଯାୟୀ, ଅନେକ ଗାଡ଼ିରେ ନିୟମ ଉଲ୍ଲଂଘନ କରି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଯାଇଥିଲା। ଏହାକୁ ନେଇ ଟ୍ରାଫିକ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚଳାଯାଇଥିଲା। ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ସାଇଲେନ୍ସର ଖୋଲି ଜବତ କରାଯାଇଥିଲା। ଏହି ଅଭିଯାନରେ ୪୦ରୁ ଅଧିକ ସାଇଲେନ୍ସର ଜବତ ହୋଇଥିବା ବେଳେ ପରେ ସେଗୁଡ଼ିକୁ ଡ୍ରୋଜର ଚଢ଼ାଇ ନଷ୍ଟ କରାଯାଇଛି।
ଏଥିସହ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ଚାଲାଣରୁ ବର୍ତ୍ତିବା ପାଇଁ ଗାଡ଼ିର ନମ୍ବର ପ୍ଲେଟ୍କୁ କନା, ଫୁଲମାଳ ଓ ଷ୍ଟିକର ଲଗାଇ ଘୋଡ଼ାଇ ରଖିଥିବା ଗାଡ଼ି ଚାଳକଙ୍କ ବିରୋଧରେ ମଧ୍ୟ ପୋଲିସ ଆକ୍ସନ ନେଇଛି। ସହରର ବିଭିନ୍ନ ଛକରେ ଯାଞ୍ଚ କରି ଶତାଧିକ ଗାଡ଼ିର ନମ୍ବର ପ୍ଲେଟ୍ରୁ କନା, ଫୁଲମାଳ ଓ ଷ୍ଟିକର ହଟାଇଛି ପୋଲିସ। ଶବ୍ଦ ପ୍ରଦୂଷଣ ରୋକିବା ସହ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରାଇବା ଏବଂ ନମ୍ବର ପ୍ଲେଟ୍ ସ୍ପଷ୍ଟ ରଖିବା ଉଦ୍ଦେଶ୍ୟରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସର ଏହି ଅଭିଯାନ ଚାଲିଥିବା ଜଣାପଡ଼ିଛି।











Leave a Reply