ନୟାଗଡ଼: ରାମନାଟକକୁ ନେଇ ରକ୍ତାକ୍ତ ସଂଘର୍ଷ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଆଡିପଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ ମାରପିଟ ଓ ସଂଘର୍ଷ ଘଟିଛି। ଏହି ଘଟଣାରେ ମନୁ ବାରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ଆଡିପଡ଼ା ଗାଁରେ ଏକ କୋଠ ଘରକୁ ନେଇ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁରେ ରାମନାଟକ ଚାଲିଥିବା ବେଳେ ଉକ୍ତ ଘରକୁ ନେଇ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରେ ବିବାଦ ଉଗ୍ର ରୂପ ନେଇ ସଂଘର୍ଷରେ ପରିଣତ ହୋଇଥିଲା।
ଘଟଣାସ୍ଥଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ସହ ଠେଙ୍ଗା ଓ ଢେଲାପଥର ମାଡ଼ ହୋଇଥିବା ସୂଚନା ମିଳିଛି। ସଂଘର୍ଷରେ ଆକ୍ରମଣ ଯୋଗୁଁ ମନୁ ବାରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି। ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ମୁତୟନ କରାଯାଇଛି। ସ୍ଥିତି ଉପରେ ପୋଲିସ ନଜର ରଖିଛି।











Leave a Reply