ଟାଟୁ କରିବାକୁ ମନା କରିବାରୁ ଓଡିଆ ପର୍ଯ୍ୟଟକଙ୍କୁ କଲେ ଆକ୍ରମଣ !

ଟାଟୁ କରିବାକୁ ମନା କରିବାରୁ ୩ ଜଣ ଓଡ଼ିଆ ପର୍ଯ୍ୟଟକଙ୍କୁ ମାରପିଟ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗୋଆର କାଲାଙ୍ଗୁଟରେ ଘଟିଛି ଏପରି ଏକ ଘଟଣା। ଏନେଇ ଥାନାରେ ଏତଲା ଦେଇଥିଲେ ଓଡ଼ିଆ ପର୍ଯ୍ୟଟକ, କିନ୍ତୁ ଗୋଆ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବୁଝାମଣା ପାଇଁ ଚାପ ପକାଇଥିବା ଅଭିଯୋଗ ହୋଇଛି । ଏନେଇ ଓଡ଼ିଆ ପର୍ଯ୍ୟଟକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରି ପୂରା ଘଟଣା ସାମ୍ନାକୁ ଆଣିଛନ୍ତି । 

ସୂଚନା ଅନୁସାରେ, ଓଡ଼ିଶାର ଅରୁଣ କୁମାର ବାପା, ମା ଓ ଭାଇଙ୍କ ସହ ଗୋଆ ବୁଲିବାକୁ ଯାଇଥିଲେ। ସେହି ସମୟରେ କିଛି ଲୋକ ତାଙ୍କୁ ଟାଟୁ କରିବାକୁ କହିଥିଲେ। ଅରୁଣଙ୍କ ବାପା ଟାଟୁ କରିବାକୁ ମନା କରିବାରୁ ଟାଟୁ କରୁଥିବା ଯୁବକ ଘେରିଯାଇ ମାରପିଟ୍ କରିବା ସହ ଦୁର୍ବ୍ୟବହାର କରିଥିଲେ। ସେଠାରେ ଥିବା ଗୋଆର ଜଣେ ମହିଳା ହସ୍ତକ୍ଷେପ କରି ପୋଲିସକୁ ଫୋନ କରି ଡାକିଥିଲେ। ହେଲେ ଥାନାରେ ଏତଲା ଦେବା ପରେ ବି ଗୋଆ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଏତଲା ଦେବା ପରେ ଶହେରୁ ଅଧିକ ଟାଟୁ କଳାକାର ଥାନା ଘେରାଉ କରିବା ପରେ ଆପୋଷ ବୁଝାମଣା ପାଇଁ ପୋଲିସ ଚାପ ପକାଇଥିଲା । ତେବେ ମାରପିଟ ଓ ଦୁର୍ବ୍ୟବହାର ଭଳି କାଣ୍ଡ ଘଟାଇ ମଧ୍ୟ ଅଭିଯୁକ୍ତ ଖୁଲମଖୁଲ୍ଲା ବୁଲୁଥିବା ଓଡ଼ିଆ ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । ତେଣୁ ନ୍ୟାୟ ପାଇଁ ସେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)