ବରମୁଣ୍ଡା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ବସ୍‌ ସମୟକୁ ନେଇ ବିବାଦ, ଡ୍ରାଇଭରଙ୍କୁ ଆକ୍ରମଣ

ଅକ୍ଷର ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ଘରୋଇ ବସ୍‌ର ସମୟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ବସ୍‌ ଚଳାଚଳ ସମୟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଉଗ୍ରରୂପ ନେଇଥିବା ଜଣାପଡ଼ିଛି। ପ୍ରଥମେ କଥା କଟାକଟି ଓ ପରେ ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା ବିବାଦ। ଏହି ଗଣ୍ଡଗୋଳ ସମୟରେ ଜଣେ ବସ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଡ୍ରାଇଭର ଆହତ ହୋଇଛନ୍ତି। ଘଟଣା ପରେ ବରମୁଣ୍ଡା ବସଷ୍ଟାଣ୍ଡ ପରିସରରେ ଉତ୍ତେଜନା ଦେଖାଦେଇଛି।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ପଚରାଉଚରା କରିଛି। ବିବାଦର ପ୍ରକୃତ କାରଣ କ’ଣ ଏବଂ ଡ୍ରାଇଭରଙ୍କୁ ଆକ୍ରମଣରେ କେଉଁମାନେ ସମ୍ପୃକ୍ତ, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ବସ୍‌ ଚଳାଚଳ ସମୟକୁ ନେଇ ବିବାଦ ଯେପରି ଆଗକୁ ହିଂସାର ରୂପ ନନିଏ, ସେନେଇ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। ତେବେ ଘଟଣାକୁ ନେଇ ବସଷ୍ଟାଣ୍ଡ ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସର ତଦନ୍ତ ପରେ ଗଣ୍ଡଗୋଳର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial