ଲୋକସେବା ଭବନ ଛାଡ଼ିଲା ସ୍ୱାସ୍ଥ୍ୟ ବିଭାଗ, ଏଣିକି ଖାରବେଳ ଭବନରୁ ଚାଲିବ କାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଠିକଣା ବଦଳିଛି। ଏଣିକି ଲୋକସେବା ଭବନ ପରିବର୍ତ୍ତେ ୟୁନିଟ୍-୫ସ୍ଥିତ ଖାରବେଳ ଭବନରୁ ଚାଲିବ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବିଭାଗୀୟ କାର୍ଯ୍ୟ। ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନୂଆ ବ୍ୟବସ୍ଥା ଅନୁସାରେ, ଖାରବେଳ ଭବନର ପ୍ରଥମ ମହଲାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟାଳୟ ପରିଚାଳିତ ହେବ। ପୂର୍ବରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ଗ୍ରାଉଣ୍ଡ ଫ୍ଲୋରରୁ ବିଭାଗୀୟ କାର୍ଯ୍ୟ ଚାଲୁଥିଲା। ସ୍ୱାସ୍ଥ୍ୟ ବିଭାଗର ସଚିବ ଅଶ୍ୱଥୀ ଏସ୍‌ଙ୍କ ପକ୍ଷରୁ ଏନେଇ ସମସ୍ତ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଛି। ଏଣିକି ବିଭାଗ ସହ ହେବାକୁ ଥିବା ସମସ୍ତ ସରକାରୀ ଯୋଗାଯୋଗ, ଚିଠିପତ୍ର ଓ ବିଭାଗୀୟ ପତ୍ରାଚାର ନୂଆ ଠିକଣାରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial