ପାଳଲହଡ଼ାରେ ଭୟଙ୍କର ଦୁର୍ଘଟଣା! ଓଲଟି ପଡ଼ିଲା ଲୁହା ରଡ୍‌ ବୋଝେଇ ଟ୍ରକ, ଚାଳକ ମୃତ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଲୁହା ରଡ୍‌ ବୋଝେଇ ଟ୍ରକ। ଦୁର୍ଘଟଣାରେ ଟ୍ରକ୍‌ ଭିତରେ ଚାଳକ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ପାଳଲହଡ଼ା ନିକଟ ୪୯ ନମ୍ବର ଜାତୀୟ ରାଜପଥର ଯୋଗୀମୁଣ୍ଡା ଛକରେ ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ଲୁହା ରଡ୍‌ ବୋଝେଇ ଟ୍ରକଟି ସୁନ୍ଦରଗଡ଼ରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ତେବେ ଯୋଗୀମୁଣ୍ଡା ଛକ ନିକଟରେ ହଠାତ୍ ଟ୍ରକଟି ଭାରସାମ୍ୟ ହରାଇଥିଲା। ଫଳରେ ଚାଳକ ନିୟନ୍ତ୍ରଣ ହରାଇବା ପରେ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଗୁରୁତର ଥିଲା ଯେ, ଟ୍ରକ୍‌ ଭିତରେ ଚାଳକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଟ୍ରକ୍‌ ଭିତରେ ଫସିଥିବା ଚାଳକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ଟ୍ରକ୍‌ଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial