ନନ୍ଦନକାନନରେ ଖୁସିର ଲହରୀ! ଦୁଇ ଶାବକଙ୍କୁ ଜନ୍ମ ଦେଲା ସିଂହୀ ‘ମାୟା’, ୨୪କୁ ବଢ଼ିଲା ସିଂହ ସଂଖ୍ୟା

ଭୁବନେଶ୍ୱର: ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖେଳିଛି ଖୁସିର ଲହରୀ। ନନ୍ଦନକାନନକୁ ଆସିଛନ୍ତି ଦୁଇ ନୂଆ ଅତିଥି। ସିଂହୀ ‘ମାୟା’ ଦୁଇଟି ଶାବକଙ୍କୁ ଜନ୍ମ ଦେଇଥିବା ସୂଚନା ମିଳିଛି। ଦୁଇ ନୂଆ ଶାବକଙ୍କ ଆଗମନ ପରେ ନନ୍ଦନକାନନରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ମାୟା ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି। ବର୍ତ୍ତମାନ ମାୟା ଓ ତା’ର ଦୁଇ ଶାବକ ସୁସ୍ଥ ଥିବା ଜଣାପଡ଼ିଛି। ନବଜାତ ଶାବକ ଦୁଇଟିର ଯତ୍ନ ନନ୍ଦନକାନନ କର୍ତ୍ତୃପକ୍ଷ ନେଉଛନ୍ତି। ଶାବକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନିୟମିତ ନଜର ରଖାଯାଉଛି। ମାୟା ଦୁଇ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦୁଇ ନୂଆ ଶାବକଙ୍କ ଆଗମନ ପରେ ଏଠାରେ ସିଂହଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।ନୂଆ ଅତିଥିଙ୍କ ଆଗମନ କେବଳ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଖୁସି ଆଣିନାହିଁ, ବରଂ ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ାଇଛି। ଦୁଇ ନୂଆ ଶାବକଙ୍କୁ ନେଇ ନନ୍ଦନକାନନରେ ଏବେ ଖୁସିର ମାହୋଲ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial