ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ଶୀତର ପ୍ରକୋପ। ଖସୁଛି ପାରଦ, ଥଣ୍ଡାରେ ଥରୁଛି ଓଡ଼ିଶା। ଚଳିତ ଶୀତ ଋତୁରେ ଆଜି ସବୁଠୁ ଥଣ୍ଡା ସକାଳ ଅନୁଭୂତ ହୋଇଛି। ୧୩.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରଭାବ ଅନୁଭୂତ ହୋଇଛି। ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୪.୬ ଡିଗ୍ରୀ, ସମ୍ବଲପୁରରେ ୧୬.୦ ଡିଗ୍ରୀ, ପାରାଦୀପରେ ୧୯.୦ ଡିଗ୍ରୀ ଏବଂ ବାଲେଶ୍ୱରରେ ୧୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ଗତ ତିନି ଦିନ ମଧ୍ୟରେ ତାପମାତ୍ରା ୭.୬ ଡିଗ୍ରୀ ତଳକୁ ଖସିଛି। ତାପମାତ୍ରାର ଏହି ଦ୍ରୁତ ହ୍ରାସ ଯୋଗୁଁ ସକାଳ ଓ ରାତିରେ ଶୀତ ଅଧିକ ଅନୁଭୂତ ହେଉଛି। ଆଗକୁ ଶୀତର ପ୍ରଭାବ କିପରି ରହିବ, ତାହା ଉପରେ ପାଣିପାଗର ପରିବର୍ତ୍ତନକୁ ନଜର ରଖାଯାଇଛି।
ଖସିଲା ପାରଦ, ବଢ଼ିଲା ଶୀତ! ୧୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର











Leave a Reply