ରାଜ୍ୟରେ ୮ତାରିଖରୁ ତାପମାତ୍ରା ବୃଦ୍ଧି; ଆଜି କେତେକ ସ୍ଥାନରେ ଦେଖିବାକୁ ମିଳିପାରେ କାଳବୈଶାଖିର ତାଣ୍ତବ ।

ଓଡ଼ିଶାରେ ଆସନ୍ତା ମେ ୮ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତା ତିନି ଦିନ ପାଇଁ ପାଇଁ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମେ ୮ରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ୩୮ରୁ ୪୨ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିପାରେ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ଝାରସୁଗୁ ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ସହରର ତାପମାତ୍ରା ୪୦ ଡିଗ୍ରି ଡେଇଁଯିବା। ୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଦେବଗଡ଼, ନୟାଗଡ଼, ଅନୁଗୁଳ ସହରର ତାପମାତ୍ରା ୪୧ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରି ହ୍ରାସ ପାଇଛି ଏବଂ କିଛି ଜିଲ୍ଲାରେ ପ୍ରାୟ ୨ରୁ ୪ ଡିଗ୍ରି ହ୍ରାସ ପାଇଥିଲା। ଆଜି ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା।

ଆଜି କାଳବୈଶାଖିର ତାଣ୍ତବ ଦେଖିବାକୁ ମିଳିବ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଏଭଳି କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି। ହେଲେ କିନ୍ତୁ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ବିଶେଷକରି, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, କୋରାପୁଟ୍, ମାଲକାନଗିରି, ରାୟଗଡା, ଗଂଜାମ, ମୟୂରଭଂଜ, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଦେବଗଡ଼, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଜୁଳି ଘଡଘଡି ହେବା ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଉ କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ। ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି, ଆସନ୍ତାକାଲି, କୋରାପୁଟ୍, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ବର୍ଷା ହେବ। ଅନ୍ୟପଟେ, ୮ ତାରିଖରେ ନବରଙ୍ଗପୁର, କଳାହାଣ୍ତି, କୋରାପୁଟ୍, ମାଲକାନଗିରି, ଗଜପତି, ଗଂଜାମ ଓ ରାୟଗଡାରେ ବର୍ଷା ହେବାକୁ ଥିବାବେଳେ ୧୧ ତାରିଖ ଯାଏଁ ରାଜ୍ୟରେ ହାଲୁକା ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୧୦.୨ ମିମି ବର୍ଷା ରେକର୍ଡ଼ ହୋଇଛି। ସେହିପରି, ଫୁଲବାଣୀରେ ସର୍ବନିମ୍ନ ୧୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial