ଅକ୍ଷର ବ୍ୟୁରୋ: ଛତିଶଗଡ଼ ଲୋକସେବା ଆୟୋଗ (CGPSC) ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ପୂର୍ବତନ IAS ଅଧିକାରୀ ତଥା CGPSCର ପୂର୍ବତନ ସଚିବ ଜୀବନ କିଶୋର ଧ୍ରୁବଙ୍କ ଜାମିନ ଆବେଦନକୁ ଛତିଶଗଡ଼ ହାଇକୋର୍ଟ ଖାରଜ କରିଛନ୍ତି। ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି, “ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରିବା ହତ୍ୟା ଅପରାଧଠାରୁ ମଧ୍ୟ ଅଧିକ ଜଘନ୍ୟ, କାରଣ ଏହା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନଷ୍ଟ କରିଦିଏ।”
ଜଷ୍ଟିସ ବିଭୁ ଦତ୍ତ ଗୁରୁଙ୍କ ଖଣ୍ଡପୀଠ ମାମଲାର ଗୁରୁତ୍ୱ ଓ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଜାମିନ ଦେବାକୁ ମନା କରିଛନ୍ତି। ସିବିଆଇ ଅଭିଯୋଗ ଅନୁଯାୟୀ, ୨୦୨୦-୨୨ ମସିହାରେ CGPSC ସଚିବ ଥିବାବେଳେ ଧ୍ରୁବ ୨୦୨୧ ମୁଖ୍ୟ ପରୀକ୍ଷାର ଗୋପନୀୟ ପ୍ରଶ୍ନପତ୍ର ନିଜ ପୁଅ ସୁମିତ ଧ୍ରୁବଙ୍କୁ ଯୋଗାଇଥିଲେ। ପରେ ସୁମିତ ଡେପୁଟି କଲେକ୍ଟର ଭାବେ ଚୟନ ହୋଇଥିଲେ। ସିବିଆଇ ଧ୍ରୁବଙ୍କ ଘରୁ ପ୍ରଶ୍ନପତ୍ର ଓ ଉତ୍ତର ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିବା ବେଳେ, ପ୍ରମାଣକୁ ଆଧାର କରି କୋର୍ଟ ଜାମିନ ଆବେଦନକୁ ନାକଚ କରିଛନ୍ତି।













Leave a Reply