ଦୀଘା ମନ୍ଦିର ବିବାଦ ଭିତରେ ମୁହଁ ଖୋଲିଛନ୍ତି ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରା ନନ୍ଦ ସରସ୍ୱତୀ। ସେ କହିଲେ, ପୁରୀରେ କେବଳ ଅଛି ଜଗନ୍ନାଥ ଧାମ। ସବୁ ମନ୍ଦିରକୁ ଧାମ୍ କହି ହେବ ନାହିଁ। ଧାମ କେବଳ ଗୋଟିଏ ସ୍ଥାନ ପାଇଁ ପ୍ରଜୁଯ୍ୟ। ଅନ୍ୟ ମନ୍ଦିରକୁ ଧାମ କହିବା ଆଦୌ ଉଚିତ୍ ନୁହେଁ। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ୍ କହିବା ଠିକ୍ ନୁହେଁ।
ସେପଟେ ଜିଦରେ ଅଟଳ ଦିଦି। ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି। ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା।୩୦ ତାରିଖ ଉଦ୍ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା। ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ। କିନ୍ତୁ ପ୍ରକୃତରେ ତାହା ସ୍ଥାଇ ନଥିଲା କେବଳ ଦୁଇ ଦିନ ପାଇଁ ଟେଣ୍ଡ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ। ତେବେ ଦିଦି ମୁଣ୍ଡ ନୁଆଁଇ ଜଗନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ଲଗାଯାଇଛି। ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି।













Leave a Reply