ମେଟାକୁ ୫,୦୦୦ କୋଟିର ଝଟକା! ଯୁବପିଢ଼ିଙ୍କ କ୍ଷତି ପାଇଁ ଭାରି କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଅକ୍ଷର ବ୍ୟୁରୋ: ଇନଷ୍ଟାଗ୍ରାମ ଓ ଫେସବୁକର ମୂଳ କମ୍ପାନୀ ମେଟା କୁ ନ୍ୟୁ ମେକ୍ସିକୋର ଏକ କୋର୍ଟ ବଡ଼ ଝଟକା ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର କ୍ଷତି ଘଟାଇଥିବା ଅଭିଯୋଗରେ କୋର୍ଟ କମ୍ପାନୀକୁ ୫୬୭ ମିଲିୟନ୍ ଆମେରିକୀୟ ଡଲାର (ପ୍ରାୟ ୫,୦୦୦ କୋଟି ଟଙ୍କା) କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ଯୁବପିଢ଼ିଙ୍କ ଚିକିତ୍ସା, ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ ସେବାରେ ବ୍ୟୟ ହେବ।

କୋର୍ଟଙ୍କ ରାୟ ଅନୁସାରେ, ୪୨୦ ମିଲିୟନ୍ ଡଲାର ସିଧାସଳଖ ଚିକିତ୍ସା ପାଇଁ ବ୍ୟବହୃତ ହେବ ଏବଂ ଅବଶିଷ୍ଟ ରାଶି ଆଗାମୀ ୫ ବର୍ଷ ଧରି ସଚେତନତା, ସ୍କ୍ରିନିଂ ଓ ନିବାରଣ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ମେଟା ଉପରେ ୩୭୫ ମିଲିୟନ୍ ଡଲାର ଜରିମାନା ହୋଇଥିଲା।

ଜୁରିଙ୍କ ମତରେ, ମେଟା ଜାଣିଶୁଣି ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ସହ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସମ୍ପର୍କିତ ସୂଚନାକୁ ଲୁଚାଇଥିଲା। ଏହାପରେ ବୟସ ଯାଞ୍ଚ ବ୍ୟବସ୍ଥା କଡ଼ା କରିବା, ନିଶାକର ଫିଚର୍ସ ସୀମିତ କରିବା ଏବଂ ଶିଶୁ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ମେଟା ସିଇଓ ମାର୍କ ଜୁକରବର୍ଗ ଶିଶୁ ସୁରକ୍ଷା ସମ୍ପର୍କିତ ତ୍ରୁଟି ସ୍ୱୀକାର କରି ସୁଧାର ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial