ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଖୋଲିବ ଶାଖା । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଭିଏସଏସ ନଗରରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ ଖୋଲିବ ବୋଲି ସୂଚନା ମିଳିଛି । ଏଠାରେ ଜଣେ ଏସପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ । ଏହି ଏନଆଇଏ ଥାନାର ତଦନ୍ତ ପରିସୀମା ପୂରା ଓଡିଶା ଉପରେ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ଏଣିକି ଆଉ ଦିଲ୍ଲୀରେ ମାମଲା ପଞ୍ଜୀକରଣ ହେବ ନାହିଁ । ଏନଆଇଏ ଭୁବନେଶ୍ୱର ଥାନାରେ ମାମଲା ରୁଜୁ ହେବ।
ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା । ଯାହା ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା, ଯାହା ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା। ଏନଆଇଏ ମଧ୍ୟ ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ।











Leave a Reply