ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ଓଡ଼ିଆଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ : ତେଲେଙ୍ଗାନର ସୂର୍ଯ୍ୟପେଟ – ଖମ୍ମମ ଜାତୀୟ ରାଜପଥରେ ଏଜି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି ।ଏହି ଦୁର୍ଘଟଣାରେ ଚାରି ଓଡ଼ିଆଙ୍କ ମୃତ୍ୟୁ ହେଇଛି | ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି | ନୂଆପଡ଼ା ସିନାପାଲିରୁ ୩୨ ଜଣଙ୍କୁ ନେଇ ବସ୍‌ ହାଇଦ୍ରାବାଦ ଯାଉଥିଲା । ବସ୍‌ଟି ରାସ୍ତାରେ ଛିଡା ହୋଇଥିବା ଏକ ବାଲି ଟ୍ରକ୍‌କୁ ଧକ୍କା ଦେଇଥିଲା।ଯାହାର ଟାୟାର ଫାଟି ଯିବାରୁ ଓଲଟି ଯାଇଥିଲା | କିଛି ସମୟ ମଧ୍ୟରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)