ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହୋଇପାରିବନି,ପୋଲିସ ସହ ଯାତ୍ରା କମିଟି ବୈଠକରେ ନିଷ୍ପତି

ଭୁବନେଶ୍ୱର : ଏଥର ଖଣ୍ଡଗିରି ଯାତ୍ରାରେ ଦେଖିବାକୁ ମିଳିବନି ଆଇଟମ ଡ୍ୟାନ୍ସ |ଯାତ୍ରା ମଞ୍ଚରେ କେବଳ ମନଛୁଆଁ ଯାତ୍ରା ପରିବେଷଣ ହେବ | ଏନେଇ ଖଣ୍ଡଗିରି ଯାତ୍ରା କମିଟି ଏବଂ କମିଶନରେଟ ପୁଲିସ ମଧ୍ଯରେ ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ଯାତ୍ରା କମିଟିଗୁଡିକୁ ମନା କରାଯାଇଛି। ଯାତ୍ରା କମିଟି ସଦସ୍ୟ ଓ କମିଶନରେଟ ପୁଲିସ ବୈଠକରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନ କରିବାକୁ ନିଷ୍ପଭି ନିଆଯାଇଛି। ମାଘ ସପ୍ତମୀରୁ ମଇଦାନକୁ ୧୨ ଯାତ୍ରାପାର୍ଟି ଓହ୍ଲାଇବେ ଏବଂ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ ସାଙ୍ଗକୁ ମନଛୁଆଁ ଯାତ୍ରା ପରିବେଷଣ କରିବେ। ସେମାନଙ୍କ ଯାତ୍ରା ପ୍ରଦର୍ଶନ ସମୟରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଉଛି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଥିଲେ। ଖଣ୍ଡଗିରି ଥାନା ଓ ଯାତ୍ରାପାର୍ଟି ସମ୍ମୁଖରେ ସଂଗଠନର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ଜୋରଦାରବିରୋଧ କରିଥିଲେ । ଯାତ୍ରା ପାର୍ଟି ମାଲିକ, ଆୟୋଜକ ଏବଂ ନଗ୍ନନୃତ୍ୟ କରୁଥିବା ଯୁବତୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରିଥିଲେ। ସେମାନେ କହିଥିଲେ ଯେ ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ଆଇନଗତ ଅପରାଧ। ଯାତ୍ରାରେ ଅଶ୍ଳୀଳ ନୃ ତ୍ୟ ପ୍ରଦର୍ଶନ କଲେ ଆୟୋଜକ, ଯାତ୍ରାପାର୍ଟି ମ୍ୟାନେଜର ଓ ଡ୍ୟାନ୍ସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିଛି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ । ଯଦି ଆଗାମୀ ଦିନରେ ଖଣ୍ଡଗିରି ଯାତ୍ରାରେ ଏଭଳି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଏ ତେବେ ସେମାନଙ୍କ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)