ବଳଙ୍ଗା ଥାନା ନାବାଳିକା ପୋଡା ମାମଲାରେ ନାବାଳିକାଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି । ଏମ୍ସର ବଣ୍ଣ ୟୁନିଟକୁ ନାବାଳିକାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ଉପଜିଲ୍ଲାପାଳ । ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ନିମାପଡା ବିଡିଓ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ଯୁକ୍ତ ଦୁଇ ଛାତ୍ରୀ । କିଏ ଏମିତି କଲା ଓ କାହିଁକି କଲା ତଦନ୍ତ କରୁଛି ପୁଲିସ।
ସୂଚନାମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।
ଏଥିସହ ସେଠାରେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମୁଁ ତାଙ୍କୁ ଉଦ୍ଧାର କରିଛି ଆଜି ସକାଳେ ଏହି ଘଟଣା ଘଟିଥିଲା । ଅଚାନକ ଝିଅଟି ଦୌଡି ଆସି କହିଲା ମୋତେ ବଞ୍ଚାଇ ଦିଅନ୍ତୁ ମୋତେ ପାଣି ଟୋପେ ଦିଅନ୍ତୁ । ମୁଁ ତାଙ୍କୁ ପଚାରିବାରୁ ଝିଅଟିଏ କହିଲା ମୋତେ ଉଠାଇ ନେଇ ତିନିଜଣ ମୋ ମୁହଁ ବାନ୍ଧି ମୋତେ ଟେକିନେଲେ ମୁଁ ଦେଖିବା ବେଳେ ଚମଡା ଜଳି ହୋଇ ଥପଥପ ହୋଇପଡୁଥିଲା । ସେହି ସମୟରେ ସେ ବାରମ୍ବାର ପାଣି ଟୋପୋ ମାଗି ଚାଲିଥିଲା ଯାହା ଦେଖିବା ସ୍ଥିତିରେ ନଥିଲା ।












Leave a Reply