ସ୍ୱାଧିନତା ଦିବସ ପାଇଁ ଗାନ୍ଧୀମାର୍ଗରେ ଚାଲିଛି ପରେଡ୍‌ ରିହର୍ସଲ ।

୭୯ତମ ସ୍ୱାଧିନତା ଦିବସ ପାଇଁ ପ୍ରସ୍ତୁତି ଅବସରରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଆଜି ପରେଡ୍‌ ରିହର୍ସଲ ଆୟୋଜିତ ହୋଇଛି । ଚଳିତ ବର୍ଷ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍‌ ସମାରୋହରେ ତାଙ୍କ କମାଲ ଦେଖାଇବେ । ଏଥର ସ୍ୱାଧୀନତା ଦିବସ ପରେଡ୍‌ ସମାରୋହରେ ନେତୃତ୍ଵ ନେବେ କଣ୍ଟିଜେଣ୍ଟ କମାଣ୍ଡର ଅନନ୍ୟା ଅବସ୍ତି । ଏଥର ଏହି ପରେଡ୍‌ ସମାରୋହରେ ନୂତନ ଭାବେ ସାମିଲ୍ ହୋଇଛନ୍ତି ଆନ୍ଧ୍ର ପୁଲିସ । ଏହି ରାଜ୍ୟସ୍ତରୀୟ ପରେଡ୍‌ ସମାରୋହରେ ପୁଲିସର ବିଭିନ୍ନ ପ୍ଲାଟୁନ ଯଥା OSAP, IR ବାଟାଲିୟନ, SOG, OSAF, OISF, ଓଡ୍ରାଫ, ଟ୍ରାଫିକ ପୁଲିସ ସହ ଫାୟର ସର୍ଭିସ୍ ଏବଂ ITBP, NDRF, ବିଏସଏଫ୍, ସିଆରପିଏଫ୍ ଟିମ ଭଳି ୫୦ଟି କଣ୍ଟିଜେଣ୍ଟ । ଏହାସହ ଏକାଧିକ ସ୍କୁଲ ଛାତ୍ରଛାତ୍ରୀ ମାନେ ପରେଡରେ ଅଂଶଗ୍ରହଣ କରିବେ । ଆଜି ଏନେଇ ଫାଇନାଲ ରିହର୍ସଲ ଆୟୋଜିତ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)