ଅକ୍ଷର ବ୍ୟୁରୋ : ରାଜସ୍ତାନ ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ବଡ଼ ଅଘଟଣ | ଅଗ୍ନିକାଣ୍ଡରେ ୬ ଜଣ ରୋଗୀଙ୍କ ଜୀବନ ଚାଲିଯାଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି | ରବିବାର ବିଳମ୍ବିତ ରାତିରେ ଟ୍ରମା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା | ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା , ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା | ଘଟଣା ସମୟରେ ଆଇସିୟୁରେ ୨୪ ଜଣ ରୋଗୀ ଥିଲେ | ନିଆଁର ପ୍ରକୋପ ଦେଖି ୱାର୍ଡ ବାହାରେ ଥିବା ହସ୍ପିଟାଲ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟମାନେ ତୁରନ୍ତ କାଯ୍ୟରେ ଲାଗିପଡ଼ି ରୋଗୀମାନଙ୍କୁ ସେମାନଙ୍କୁ ବାହାର କରିବାକୁ ଲାଗିଲେ | ଘଟଣା ପରେ ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି |ଭଜନଲାଲ୍ ଶର୍ମା ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।
ହସ୍ପିଟାଲରେ ନିଆଁ : ଅଗ୍ନିକାଣ୍ଡରେ ଚାଲିଗଲା ୬ ରୋଗୀଙ୍କ ଜୀବନ ,୬ ଗୁରୁତର
















Leave a Reply