ବାତ୍ୟା ମୋନ୍ଥା ପ୍ରଭାବରେ ମୋହନାରେ ଭୂସ୍ଖଳନ; ପାହଡ଼ରୁ ରାସ୍ତା ଉପରକୁ ଧସି ପଡ଼ିଲା ବିରାଟକାୟ ପଥର ।

ଅକ୍ଷର ବ୍ୟୁରୋ: ବାତ୍ୟା ମୋନ୍ଥା ପ୍ରଭାବରେ ମୋହନାରେ ଭୂସ୍ଖଳନ । ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାହଡ଼ରୁ ରାସ୍ତା ଉପରକୁ ଧସି ପଡ଼ିଲା ବିରାଟକାୟ ପଥର । ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି । ବର୍ଷା ହାଲୁକା କମିଥିଲେ ସୁଦ୍ଧା ମହେନ୍ଦ୍ରଗଡ଼, ଉଦୟପୁର ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି । ଏହାପରେ ଆର ଉଦୟଗିରିର ବ୍ଲକ ବଡ଼ ଗାଁ ରାସ୍ତା ଉପରେ ଏକ ବିରାଟକାୟ ପଥର ସହ ମାଟି ଅତଡ଼ା ଖସିଛି । ଫଳରେ ଏଠାରେ ଯାତାୟାତ ଠପ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ରାସ୍ତା ସଫା କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଜେସିବି ସହ ପହଞ୍ଚିଛି ।  

ବାତ୍ୟା ମୋନ୍ଥା ପ୍ରଭାବକୁ ଦୃଷ୍ଟିରେ ରଖି ୧୪ଟି ସ୍ଥାନ ଚିହ୍ନଟ କରାଯାଇଥିଲା । ପାଣିପାଗର ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଛି । ଗଜପତି ଜିଲ୍ଲାର ମୋହନାରେ ଦେଖିବାକୁ ମିଳିଛି ଭୂସ୍ଖଳନ । ଏହାପୂର୍ବରୁ ଆଜି ସକାଳୁ ରାୟଗଡ଼ା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସି ଯାଇଥିଲା । ଫଳରେ ଗରବା ଓ ଲିଙ୍ଗା ମଝି ରାସ୍ତାରେ ହୋଇଥିଲା ଭୂସ୍ଖଳନ । ଗୁମ୍ମା-କାଶୀନଗରକୁ ସଂଯୋଗ କରୁଥିଲା ଏହି ରାସ୍ତା । ପାହାଡ଼ ଧସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।   

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)