ଅକ୍ଷର ବ୍ୟୁରୋ: ଜୟପୁର କୋର୍ଟରେ ହାଜର ହେଲା ଜମି ଜାଲିଆତି ମାମଲାର ଅଭିଯୁକ୍ତ ପ୍ରସନ୍ନ ପାତ୍ର । ଗତ ୨୩ ତାରିଖରେ କଟକରୁ ତାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ୨୦୧୮ ମସିହାରୁ ଫେରାର ଥିଲା ପ୍ରସନ୍ନ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଜାଲିଆତି କରିବାକୁ ସେ ପଛାଇ ନଥିଲା । ୮ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା, ଶେଷରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଲା ଜମି ଜାଲିଆତିର ଅଭିଯୁକ୍ତ । ଏପରି ସାଙ୍ଘାତିକ ଅଭିଯୋଗ ରହିଛି ତା’ ନାଁରେ । କେବଳ ଗୋଟିଏ ନୁହେଁ, ପ୍ରସନ୍ନ ନାଁରେ ପୂର୍ବରୁ ୫ରୁ ଅଧିକ ୱାରେଣ୍ଟ ଜାରି ହୋଇଥିଲା । ଏବେ ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।
ଜମି ଜାଲିଆତି ମାମଲାରେ ଅଭିଯୁକ୍ତ ପ୍ରସନ୍ନ ପାତ୍ରକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍ ।











Leave a Reply