ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୩ଟି ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଚୋରି; ସିବିଆଇରେ ଅଭିଯୋଗ କଲେ ଶ୍ରୀଜଗନ୍ନାଥ ସେନା ।

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୩ଟି ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଚୋରି ଅଭିଯୋଗ । ଏହି ଘଟଣାରେ ସିବିଆଇର ଦ୍ବାରସ୍ଥ ହୋଇଛି ଶ୍ରୀଜଗନ୍ନାଥ ସେନା । ସିବିଆଇରେ ଏତଲା ଦେବା ସହିତ ଚୋରକୁ ଗିରଫ କରିବା ପାଇଁ ଦାବି କରିଛି । ଜଷ୍ଟିସ ବିଶ୍ୱନାଥ ରଥ ରତ୍ନ ଭଣ୍ଡାର ସମ୍ପର୍କରେ ଗଣମାଧ୍ୟମରେ ଦେଇଥିବା ତଥ୍ୟକୁ ଆଧାର କରି ଏହାର ବିଧିବଦ୍ଧ ତଦନ୍ତ ପାଇଁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଏତଲା ଦେଇଛି ଜଗନ୍ନାଥ ସେନା । ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ହସ୍ତକ୍ଷେପ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ଜଗନ୍ନାଥ ସେନା ଆବାହକ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)