ଥରକେ ୫୦ ଲିଟରକୁ ଅଧିକ ପେଟ୍ରୋଲ ବିକ୍ରି ଏବଂ ୫୦୦ ଲିଟରରୁ ଅଧିକ ଡିଜେଲ ବିକ୍ରି ଉପରେ ରୋକ୍ ।

ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହୋର୍ମୁଜ୍ ଚୋକ୍ । ସମୁଦ୍ର ପଥରେ ଆସିପାରୁନି ତେଲ । ଦେଶରେ ତୈଳ ଯୋଗାଣ ପ୍ରଭାବିତ । ଓଡ଼ିଶାରେ ଲାଗୁ ହେଲା କଟକଣା । ମନ ଇଛା ବିକ୍ରି କରିପାରିବେନି ପେଟ୍ରୋଲ ଡିଜେଲ୍ । ତେଲ ବିକ୍ରି ଉପରେ କଟକଣା । ଥରକେ ୫୦ ଲିଟରକୁ ଅଧିକ ପେଟ୍ରୋଲ ବିକ୍ରି କରିପାରିବେନି । ସେହିପରି ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ ବିକ୍ରି ଉପରେ ରୋକ୍ । ପଟ୍ରୋଲ ପମ୍ପମାନଙ୍କୁ କଡା ତାଗିଦ୍ କରାଯାଇଛି । ଭୁବନେଶ୍ୱର ଆରଏସଏ ବିକ୍ରି ଅଧିକାରୀଙ୍କ ଦ୍ବାରା ନୋଟିସ ଜାରି କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରଯିବ ବୋଲି ଚେତାବନୀ ଦିଆଯାଇଛି । ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବାକୁ ପେଟ୍ରୋଲ୍ ପମ୍ପମାନଙ୍କୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)