ବାତ୍ୟା ‘ମୋନ୍ଥା’ ବେଳେ କୋରାପୁଟ ଜିଲ୍ଲାରେ ୧୩୬ ଶିଶୁ ଜନ୍ମ ।

ଅକ୍ଷର ବ୍ୟୁରୋ: ବାତ୍ୟା ‘ମୋନ୍ଥା’ ବେଳେ କୋରାପୁଟ ଜିଲ୍ଲାରେ ୧୩୬ ଶିଶୁ ଜନ୍ମ । ଜନ୍ମ ହୋଇଥିବା ୧୩୬ ଶିଶୁଙ୍କ ମଧ୍ୟରୁ ୬୭ ପୁଅ ଓ ୬୯ ଝିଅ । ସମସ୍ତ ନବଜାତ ଶିଶୁ ଓ ମା’ ସୁସ୍ଥ ଅଛନ୍ତି । ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ବାତ୍ୟା ମୋନ୍ଥା ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ମେଡିକାଲ ଓ ମା’ ଘରେ ମୋଟ୍‌ ୩୩୨ ଜଣ ଗର୍ଭବତୀ ମା’ଙ୍କୁ ରଖାଯାଇଥିଲା । ସେଥିମଧ୍ୟରୁ ମା’ ଘରେ ୧୬୦ ଜଣଙ୍କୁ ଓ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭୨ ଜଣଙ୍କୁ ରଖାଯାଇଥିଲା । ଗତ ୨୬ ଓ ୨୮ ତାରିଖରେ ଏହି ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ଶିଶୁମାନଙ୍କ ମଧ୍ୟରେ ୨ଟି ଜାଆଁଳା ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)