“ବିଜେପିକୁ ପ୍ରାର୍ଥୀ ଚୋର” ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅକ୍ଷର ବ୍ୟୁରୋ: ନୂଆପଡ଼ାରେ ଆଜି ପ୍ରଚାର କରିବାକୁ ପହଞ୍ଚିଥିଲେ ନବୀନ । ଆଉ ପ୍ରଚାର ମୈଦାନର ମଞ୍ଚ ଉପରୁ ନବୀନ ମାରିଛନ୍ତି ସିଧା ତୀର । କହିଛନ୍ତି, ବିଜୁ ଜନତା ଦଳର ନେତା ତଥା ଆପଣମାନଙ୍କର ପ୍ରିୟ ବିଧାୟକ ରାଜୁ ଭାଇ ଆଜି ଆମ ଭିତରେ ଆଉ ନାହାଁନ୍ତି । ବିଜୁ ବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ ଆଉ ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହେଇଥିଲା । ବିଜୁ ଜନତା ଦଳ ସରକାର ସମୟରେ ରାଜୁ ଭାଇ ନୂଆପଡ଼ାର ବିକାଶ ପାଇଁ ମୋତେ ଯାହା ବି ଅନୁରୋଧ କରିଥିଲେ, ମୁଁ ସବୁ ପୂରା କରିଥିଲି । ହେଲେ ଆପଣମାନଙ୍କୁ ଭଲ ଭାବେ ଜଣାଅଛି ଯେ ଆପଣଙ୍କ ସହ ବିଜେଡ଼ି ସହ, ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।

“ଆପଣଙ୍କୁ ଭଲ ଭାବେ ଜଣାଅଛି, ଆପଣଙ୍କ ସହ, ବିଜେଡି ସହ ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ଏଇ ୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ କିନ୍ତୁ ଜିରୋ । ଆପଣ କୁହନ୍ତୁ, ଆପଣଙ୍କୁ ତିନି ଶହ ୟୁନିଟ୍ ମାଗଣା ବିଜୁଳି ମିଳିଛି କି? ସବୁ ବୁଢ଼ା ବୁଢ଼ୀଙ୍କୁ ୩ ହଜାର ୫ ଶହ ଟଙ୍କା ପେନସନ୍ ମିଳିଛି କି? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଛି କି?”,ନୂଆପଡ଼ାର ପ୍ରଚାର ମୈଦାନରୁ କିଛି ଏଭଳି କଥା କହିବା ସହ ବର୍ତ୍ତମାନର ବିଜେପି ସରକାରକୁ ତୀର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧା ସିଧା ବିଜେପିକୁ ପ୍ରାର୍ଥୀ ଚୋର ବୋଲି କହିବା ସହ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି କହିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)