ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଣି ଲଜ୍ଜା । ଏକୁଟିଆ ଘରେ ଥିବାର ସୁଯୋଗ ନେଇ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୋଗ ପାଇବା ପରେ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମକାରୀକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି । ନାବାଳିକା ଜଣକ ଗଞ୍ଜାମ ଅଞ୍ଚଳର ସେ ତାଙ୍କ ବାପା-ମା’ଙ୍କ ସହ ଭୁବନେଶ୍ୱରରେ ରୁହନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଜଣେ ପାନ ଦୋକାନୀ ବୋଲି ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ ଗତ ୪ ତାରିଖରେ ଉକ୍ତ ପାନ ଦୋକାନୀଟି ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲାବେଳେ ନାବାଳିକା ପାଟି କରିବାରୁ ଖସି ପଳାଇଥିଲା ।
ତେବେ ବୁଧବାର ପୁଣିଥରେ ନାବାଳିକା ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଘରେ ପଶିଥିଲା ଏବଂ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ନାବାଳିକାକୁ ଧମକ ଦେଇଥିଲା ଏବଂ ସେଠାରୁ ଫେରାର ହୋଇଥିଲା । ବାପା-ମା’ ଝିଅଠୁ ସବୁ କଥା ଜାଣିବା ପରେ ମହିଳା ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ ଆରମ୍ଭ କରିଛି |















Leave a Reply