ଅକ୍ଷର ବ୍ୟୁରୋ: ମୁମ୍ବାଇ ପରେ ଉତ୍ତରାଖଣ୍ଡରେ ଭୀଷଣ ସଡ଼କ ଦୁର୍ଘଟଣା । ଉତ୍ତରାଖଣ୍ଡ ଅଲମୋରାରେ ଖାଇକୁ ଏକ ଯାତ୍ରୀବାହୀ ବସ୍ ଖସି ୭ ଜଣଙ୍କର ମୃତ୍ୟୁ ହୋଇଛି । ବସ୍ରେ ୧୨ ଜଣ ଯାତ୍ରୀ ଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କହି ରଖୁଛୁ କି, ମୁମ୍ବାଇର ଭାଣ୍ଡୁପ୍ ପଶ୍ଚିମ ଷ୍ଟେସନ ରୋଡ୍ ଅଞ୍ଚଳରେ ସକାଳୁ ସକାଳୁ ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି । ରିଭର୍ସ ନେଉଥିବା ସମୟରେ ପଥଚାରୀଙ୍କୁ ଉପରେ ମାଡିଗଲା ବସ୍ । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉତ୍ତରାଖଣ୍ଡରେ ସଡ଼କ ଦୁର୍ଘଟଣା; ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସି ୭ ଜଣଙ୍କର ମୃତ୍ୟୁ ।












Leave a Reply