ଆଜିଠୁ ଭକ୍ତ ନିବାସରେ ନୂଆ ପାର୍କିଂ ଫି; ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କାକୁ ହ୍ରାସ ।

ଅକ୍ଷର ବ୍ୟୁରୋ: ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ । ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା କରାଯାଇଛି । ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । କିଛିଦିନ ତଳେ ଭକ୍ତ ନିବାସରେ ଚାରି ଚକିଆ ଯାନ ପାଇଁ ପାର୍କିଂ ଫି ୫୦୦ ଟଙ୍କା କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫି’ରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ହେଲେ ଏହି ନିଷ୍ପତ୍ତିରୁ ଓହରି ନଥିଲା ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ପରିଚାଳନା ବୈଠକରେ ଆଲୋଚନା ହୋଇ ପାର୍କିଂ ଫି’ କମାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)