ଆସନ୍ତାକାଲି କଟକ ଆସିବେ ଉପ-ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍; ନେତାଜୀ ସୁବାଷ ବୋଷଙ୍କ ୧୨୯ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ଦେବେ ଯୋଗ ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲି କଟକ ଆସିବେ ଉପ-ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଆସିବେ ଉପ-ରାଷ୍ଟ୍ରପତି । ସେଥିପାଇଁ ସଜେଇ ହେଲାଣି ନେତାଜୀଙ୍କ ଜନ୍ମସ୍ଥାନ । ଆସନ୍ତାକାଲି ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର । ଏହି ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ପାଖାପାଖି ୩ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ନେତାଜୀଙ୍କ ଜନ୍ମସ୍ଥାନକୁ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପ୍ରବେଶ ବନ୍ଦ ରହିବ । ତେବେ ୭ଟା ପୂର୍ବରୁ ଏବଂ ଦିନ ଗୋଟାଏ ପରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ ସାଧାରଣଲୋକେ ।

ଆସନ୍ତାକାଲି ସମସ୍ତ ପରିଦର୍ଶକଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା କରାଯାଇଛି । ସେହିପରି ନେତାଜୀଙ୍କ ଜନ୍ମସ୍ଥାନ ନିକଟରେ ଥିବା ନେତାଜୀ ସଂଗ୍ରାହଳୟକୁ ସକାଳ ୮ ରୁ ଦିନ ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ପ୍ରବେଶ ବନ୍ଦ ରହିବ ବୋଲି ସିଡିଏ ପକ୍ଷରୁ ସୂଚନା ମିଳିଛି । ଉପରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଆଖିରେ ରଖି ନେତାଜୀଙ୍କ ଜନ୍ମ ସ୍ଥାନ ଓ ସଂଗ୍ରହାଳୟରେ ପ୍ରସ୍ତୁତି ବ୍ୟବସ୍ଥା ସମୀକ୍ଷା କରିଛନ୍ତି ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅରବିନ୍ଦ ଶ୍ରୀବାସ୍ତବ । ସମସ୍ତ ବ୍ୟବସ୍ଥା ବିଷୟରେ କଟକ ଜିଲ୍ଲାପାଳ, ଡିସିପି ଓ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ସଂସ୍କୃତି ବିଭାଗ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ । ନେତାଜୀଙ୍କ ଜୟନ୍ତୀ ଅବସରରେ “ନେତାଜୀ ସଂସ୍କୃତି ଭବନ” ନାମରେ ଏକ ବିଲ୍ଡିଂ ଓ ପୋଷ୍ଟାଲ ଗ୍ୟାଲେରୀର ମଧ୍ୟ ଉଦଘାଟନ କରାଯିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)