ଅକ୍ଷର ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ ମା’ ମାଉଳୀ ଢାବାରେ ରନ୍ଧନ ଗ୍ୟାସ ପାଇପ ଫାଟି ବିସ୍ଫୋରଣ। ଏହି ଘଟଣାରେ ୩ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୨ଟାରେ ଗ୍ୟାସ ପାଇପ ଫାଟି ହଠାତ୍ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଢ଼ାବା ମାଲିକ ପରିମଳ ସିଲ୍ଙ୍କ ସହ ଦୁଇ ଜଣ କର୍ମଚାରୀ ସୁବାଷ ହରିଜନ ଓ ଜଗେଶ ହରିଜନ ଗୁରୁତର ଆହତ ହୋଇଛନ୍ତି|ଘଟଣା ପରେ ସ୍ଥାନୀୟ ଲୋକ ଓ ଅନ୍ୟ ଢାବା କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନବରଙ୍ଗପୁର ରାଇଘର ମା ମାଉଳୀ ଢାବାରେ ଗ୍ୟାସ ପାଇପ ଫାଟି ଅଘଟଣ, ୩ ଗୁରୁତର










Leave a Reply