ଅକ୍ଷର ବ୍ୟୁରୋ: ଅନଲାଇନ୍ ମାଧ୍ୟମରେ ଖାଇବା ମଗାଇ ସାଇବର ଠକେଇର ଶିକାର ହେଲେ ବରିଷ୍ଠ ସାମ୍ବାଦିକ ଜାନକୀଶ ବଡ଼ପଣ୍ଡା । ଏନେଇ ସେ ଆଜି ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ମୋବାଇଲ୍ ହ୍ୟାକ୍ କରି ସାଇବର ଠକ ତାଙ୍କ ଆକାଉଣ୍ଟ୍ରୁ ପର୍ଯ୍ୟାୟକ୍ରମେ ପ୍ରାୟ ୯୩ହଜାର ଟଙ୍କା ଠକିନେଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ବଡ଼ପଣ୍ଡା ଏକ ଡେଲିଭରି ଆପ୍ରୁ ଖାଦ୍ୟ ମଗାଇଥିଲେ । ଖାଦ୍ୟ ଆସିବା ପାଇଁ ଉକ୍ତ ଆପ୍ରେ ଠିକ ସମୟ ଦେଖାଇଥିଲା । ଏହା ପରେ ଡେଲିଭରି ବୟ ତାଙ୍କୁ ନ ଜଣାଇ ଘର ବାହାରେ ଖାଦ୍ୟ ଡେଲିଭରି କରିଥିଲା । ତେବେ ଠିକ ସମୟରେ ଖାଦ୍ୟ ନ ପାଇବାରୁ ବଡ଼ପଣ୍ଡା ଗୁଗୁଲ୍ରୁ ଉକ୍ତ ଖାଦ୍ୟ ଡେଲିଭରି ଆପ୍ର କଷ୍ଟମର୍ କେୟାର୍ ନମ୍ବର ଖୋଜି କଲ୍ କରିଥିଲେ । ମାତ୍ର ଉକ୍ତ ନମ୍ବର୍ଟି ଖାଦ୍ୟ ଡେଲିଭରି ଆପ୍ ପରିବର୍ତ୍ତେ ସାଇବର ଠକ ଦ୍ବାରା ବିଛାଯାଇଥିବା ଏକ ଜାଲ୍ ନମ୍ବର ଥିଲା । ଏହା ପରେ ସାଇବର ଠକ ବଡ଼ପଣ୍ଡାଙ୍କ ଫୋନ୍ ହ୍ୟାକ୍ କରି ୨ଟି ପର୍ଯ୍ୟାୟରେ ପ୍ରାୟ ୯୩ହଜାର ଟଙ୍କା ଠକି ନେଇଥିବା ନେଇ ସେ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।












Leave a Reply