ଅକ୍ଷର ବ୍ୟୁରୋ: ଦିଲ୍ଲୀର ତୁଗଲକାବାଦ ଏକ୍ସଟେସନ୍ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି । ସେମାନଙ୍କ ପରିଚୟ ମଧ୍ୟ ଚିହ୍ନଟ କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଦିଲ୍ଲୀ ଫାୟାର ସର୍ଭିସ୍ ଘଟଣାସ୍ଥଳରେ ପହଞ୍ଚି ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି |
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବହୁମଞ୍ଜିଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା । ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଯିବା ହେତୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ତେଣୁ ଅନେକ ଲୋକ ଭିତରେ ଫସି ରହିଥିଲେ । ରାତି ପ୍ରାୟ ୨ଟା ୨୫ ମିନିଟରେ ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ସକାଳ ସୁଦ୍ଧା ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ଭୋର ୪ଟାରେ ନିଆଁ ଲିଭାଇ ଦିଆଯାଇଥିଲା । ଏହା ବ୍ୟତୀତ ସ୍ମୋକ୍ ଡିଟେକ୍ଟର ଏବଂ ଅଗ୍ନିଶମ ଯନ୍ତ୍ର ସମତେ ଅଗ୍ନିକାଣ୍ଡ ସୁରକ୍ଷା ଉପକରଣ ଲଗାଇବାକୁ ପରାମର୍ଶ ଦିଆଯାଇଛି ।ଅନ୍ୟପଟେ ପୋଲିସ ହୋଟେଲ ମାଲିକଙ୍କୁ ଗିରଫ କରିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏଥି ସହିତ ଘଟଣାର ତଦନ୍ତ ମଧ୍ୟ ପୋଲିସ ଆରମ୍ଭ କରିଛି ।











Leave a Reply