ଅକ୍ଷର ବ୍ୟୁରୋ: ଆଜି ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରାକୁ ନେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୃଷକ ଆନ୍ଦୋଳନ ସୁପର୍ ଫ୍ଲପ୍ । ରାଜ୍ୟର କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରି ନାହାନ୍ତି । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । ରାଜରାସ୍ତାକୁ ବାହାରି ନାହାନ୍ତି ଚାଷୀ । ତେଣୁ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ ହେଲା । ପ୍ରମାଣ ହେଲା ଯେ ଚାଷୀ ମାନେ ସରକାରଙ୍କ ସହ ଅଛନ୍ତି । ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଯାହା ବିଫଳ ହୋଇଛି । ଗତକାଲି ସୁଦ୍ଧା ରାଜ୍ୟରେ ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ ଟନ ଧାନ କିଣା ସରିଲାଣି । ୮ ହଜାର କୋଟିରୁ ଅଧିକ ଟଙ୍କା କୃଷକ ମାନଙ୍କ ଖାତାକୁ ଯାଇ ସାରିଲାଣି । କିଛି ଜିଲ୍ଲାରେ ଧାନ କିଣା ସରି ଆସିଲାଣି । ଧାନ କିଣା ସୁରୁଖୁରୁରେ ଚାଲିଛି ବୋଲି ସେ ଦୋହରାଇଛନ୍ତି ।
ଓଡ଼ିଶା ବନ୍ଦ ଡାକରାକୁ ନେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।












Leave a Reply