ଅକ୍ଷର ବ୍ୟୁରୋ: ଆଜି ଲୋକସେବା ଭବନରେ ବସିବ ବଡ ବୈଠକ । ଦିନ ୧୧ଟାରେ ବସିବ ଏହି ବୈଠକ । ବର୍ଷ ପୂର୍ତ୍ତି ନେଇ ମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୁନ ୧୨ରେ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ହେଉଛି । ସେନେଇ ରାଜ୍ୟ ସରକାର କ’ଣ କାର୍ଯ୍ୟକ୍ରମ ହାତକୁ ନେବେ ସେ ବିଷୟରେ ଆଲୋଚନା କରିବେ । ଏହା ସହ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ ଓଡିଶାବାସୀଙ୍କ ଆଗରେ ରଖିଥିଲେ । ଏବେ ଦ୍ଵିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର । ସେନେଇ ଆଜିର ବୈଠକରେ ହେବ ଆଲୋଚନା ।
ଆଜି ଲୋକସେବା ଭବନରେ ବର୍ଷ ପୂର୍ତ୍ତି ନେଇ ବସିବ ବଡ ବୈଠକ ।












Leave a Reply