ରାଜଧାନୀର ସତ୍ୟବିହାରରେ ଥିବା ଏକ ବାରରେ ଭୟାବହ ଅଗ୍ନିକାଣ୍ଡ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

ଅକ୍ଷର ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ସତ୍ୟବିହାରରେ ସ୍ଥିତ ଏକ ବାରରେ ନିଆଁ ଲାଗିଛି। ହୁତୁହୁତୁ ହୋଇ ବିଲ୍ଡିଂ ଜଳୁଥିବା ବେଳେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନାଅନୁସାରେ, ଶୁକ୍ରବାର ସକାଳେ ଭୁବନେଶ୍ୱରର ସତ୍ୟ ବିହାରରେ ଥିବା ଏକ ବାରରେ ନିଆଁ ଲାଗିଥିଲା। ଏହାପରେ ନିଆଁ ସମଗ୍ର ବିଲ୍ଡିଂକୁ ବ୍ୟାପିଥିଲା। ସୂଚନା ପାଇ ଦୁଇଟି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ | ଏଥିଲାଗି ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା। ତେବେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)