ଅକ୍ଷର ବ୍ୟୁରୋ: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ଏକତା ଦୌଡ଼ର ଆୟୋଜନ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଗଣଦୌଡ଼ରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ପାଇଁ ଏହି ଗଣଦୌଡ଼ ଆୟୋଜନ ହୋଇଛି । ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ । ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସାରା ଭାରତ ବର୍ଷରେ ଜଣେ ଲୌହମାନବ ଭାବେ ପରିଚିତ ଥିଲେ ସର୍ଦ୍ଦାର ପଟେଲ । ଆଧୁନିକ ଭାରତର ଗଠନକାରୀ ସର୍ଦ୍ଦାର ପଟେଲ ଅକ୍ଟୋବର ୩୧ ତାରିଖ ଆଜିର ଦିନରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ । ଆଜି ତାଙ୍କର ୧୫୦ ତମ ପୁଣ୍ୟ ଜନ୍ମତିଥିକୁ ସାରା ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ।
ଏକ ଭାରତ, ଆତ୍ମନିର୍ଭର ଭାରତ, ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଭୁବନେଶ୍ୱରରେ ଆୟୋଜିତ ଏହି ଏକତା ଦୌଡ଼ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏକତା ପାଇଁ ଶପଥ ପାଠ କରାଇଥିଲେ । କଳିଙ୍ଗ ଷ୍ଟାଡିୟମରୁ ଏହି ଦୌଡ ଆରମ୍ଭ ହୋଇ ପାୱାର ହାଉସ ଛକ ଦେଇ ପୁଣି କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏକତା ଦୌଡ଼ରେ ସାମିଲ ହୋଇ ଦୌଡ଼ି ଥିଲେ ।












Leave a Reply