ମହୁମାଛି ନେଲା ଜୀବନ; କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ।

ଅକ୍ଷର ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଉଛନ୍ତି ଖଜୁରୀନାଳ ସାହିର ବି. ମହେଶ୍ୱର ଦୋରା । ଆଜି ସକାଳେ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳି ଘରକୁ ଫେରି ଘର ଛାତ ଉପରକୁ ଯାଇଥିବା ବେଳେ ତାଙ୍କୁ ଅତର୍କିତ ଭାବେ ମହୁମାଛିମାନେ ଆକ୍ରମଣ କରିଥିଲେ । ମହୁମାଛି କାମୁଡ଼ାରେ ସେ ଗୁରୁତର ହୋଇପଡ଼ିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ବାଲିଗୁଡା ହସ୍ପିଟାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ମହେଶ୍ୱର ବାଲିଗୁଡା ପାଟଖଣ୍ଡା ମନ୍ଦିର କମ୍ପ୍ଲେକ୍ସରେ ଷ୍ଟେସନାରୀ ଦୋକାନ କରିଥିଲେ । ଯୁବକଙ୍କ ଅକାଳ ବିୟୋଗରେ ବାଲିଗୁଡ଼ା ବଜାର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)