ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଅଘଟଣ; ଟ୍ରେନ ଉପରେ ଚଢ଼ି ସେଲ୍‌ଫି ନେଉଥିବା ବେଳେ ଜଳିଗଲେ ଜଣେ ଯୁବକ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଅଘଟଣ । ସେଲ୍‌ଫି ନେବା ହେଲା କାଳ । ଟ୍ରେନ ଉପରେ ଚଢ଼ି ସେଲ୍‌ଫି ନେଉଥିବା ବେଳେ ଜଳିଯାଇଛନ୍ତି ଜଣେ ଯୁବକ । ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି ଜଣେ ଯୁବକ । ଗୁରୁତର ଯୁବକଙ୍କ ଘର ଗୁଜରାଟରେ । ସେ ଭୁବନେଶ୍ୱରରେ ରହି ଡିପ୍ଲୋମା କରୁଥିଲେ । ଖରା ଛୁଟି ପରେ ଗାଁକୁ ଯାଉଥିଲେ । ତେବେ ସେଲଫି ନେଲାବେଳେ, ୩୩ କେଭି ବିଦ୍ୟୁତ ଯୋଗୁଁ ତାଙ୍କ ହାତ ଓ ମୁଣ୍ଡ ଜଳିଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)